ମାଗଣାରେ ଘରକୁ ଆଣନ୍ତୁ AC! ଏହି ୱେବସାଇଟରେ ମିଳୁଛି ଅଫର; ଜାଣନ୍ତୁ ପୂରା ଡିଟେଲ୍ସ
Advertisement

ମାଗଣାରେ ଘରକୁ ଆଣନ୍ତୁ AC! ଏହି ୱେବସାଇଟରେ ମିଳୁଛି ଅଫର; ଜାଣନ୍ତୁ ପୂରା ଡିଟେଲ୍ସ

AC on Rent: ଯଦି ଆପଣ ସହରରେ ରହୁଛନ୍ତି, ତେବେ ଆପଣଙ୍କୁ ଏ ବିଷୟରେ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଏପରି ଅନେକ ୱେବସାଇଟ୍ ଅଛି, ଯାହା ଭଡ଼ାରେ ଏସି (AC) ଯୋଗାଇବାର କାମ କରେ । ଭଡ଼ାରେ ଏସି (AC on Rent) ନେଇ ଆପଣ ବଡ଼ ଖର୍ଚ୍ଚରୁ ମୁକ୍ତି ପାଇପାରିବେ । ଏହା ସହିତ ଆପଣଙ୍କୁ ଇନଷ୍ଟୋଲେଶନ ଓ ରିଲୋକେଶନ ସମୟରେ ଘରେ ସ୍ଥାପିତ ଏସି ବିଷୟରେ ଆପଣଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । ଆସନ୍ତୁ ଜାଣନ୍ତୁ ଏହିପରି କିଛି ଅନଲାଇନ୍ ପ୍ଲାଟଫର୍ମର ସବିଶେଷ ତଥ୍ୟ, ଯେଉଁଠାରୁ ଆପଣ ଭଡ଼ାରେ ଏସି ଆଣିପାରିବେ ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: AC on Rent: ସମୟ ପୂର୍ବରୁ ଗରମ (Summer) ଆସିଯାଇଛି ଓ ଲୋକମାନେ ଏଥିରୁ ମୁକ୍ତି ପାଇବା ପାଇଁ ଉପାୟ ଖୋଜିବା ଆରମ୍ଭ କରିଦେଇଛନ୍ତି । ଗୋଟିଏ ପଟେ ଲୋକମାନେ ଉତ୍ତାପ (Heat) ରୁ ମୁକ୍ତି ପାଇବା ପାଇଁ ପ୍ରୟାସ କରୁଥିବାବେଳେ ଅନ୍ୟ ପଟେ ଏୟାର କଣ୍ଡିସନର ବା ଏସି (Air Conditioner:AC) ର ଚାହିଦା ଦ୍ରୁତ ଗତିରେ ବଢୁଛି । ଏକ ଭଲ କ୍ୱାଲିଟି ଓ କ୍ଷମତାଧାରୀ ଏସି ପାଇଁ ଉପଭୋକ୍ତାମାନଙ୍କୁ ପ୍ରାୟ ୪୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏଭଳି ପରିସ୍ଥିତିରେ ଅନେକ ଲୋକ ଶସ୍ତା ଓ ସହଜ ସମାଧାନ ଖୋଜୁଛନ୍ତି ।

ଯଦି ଆପଣ ସହରରେ ରହୁଛନ୍ତି, ତେବେ ଆପଣଙ୍କୁ ଏ ବିଷୟରେ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଏପରି ଅନେକ ୱେବସାଇଟ୍ ଅଛି, ଯାହା ଭଡ଼ାରେ ଏସି (AC) ଯୋଗାଇବାର କାମ କରେ । ଭଡ଼ାରେ ଏସି (AC on Rent) ନେଇ ଆପଣ ବଡ଼ ଖର୍ଚ୍ଚରୁ ମୁକ୍ତି ପାଇପାରିବେ । ଏହା ସହିତ ଆପଣଙ୍କୁ ଇନଷ୍ଟୋଲେଶନ ଓ ରିଲୋକେଶନ ସମୟରେ ଘରେ ସ୍ଥାପିତ ଏସି ବିଷୟରେ ଆପଣଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । ଆସନ୍ତୁ ଜାଣନ୍ତୁ ଏହିପରି କିଛି ଅନଲାଇନ୍ ପ୍ଲାଟଫର୍ମର ସବିଶେଷ ତଥ୍ୟ, ଯେଉଁଠାରୁ ଆପଣ ଭଡ଼ାରେ ଏସି ଆଣିପାରିବେ ।

ଏହି ପ୍ଲାଟଫର୍ମ ସମସ୍ତ ତିନୋଟି ପ୍ଲାଟଫର୍ମରେ ଆଣ୍ଡ୍ରଏଡ୍ (Android), ୱେବ୍ (Web) ଏବଂ ଆଇଓଏସ (iOS) ରେ ଉପଲବ୍ଧ ଅଛି । ଆପଣ ଦିଲ୍ଲୀ, ମୁମ୍ବାଇ, ଗୁରୁଗ୍ରାମ, ଚେନ୍ନାଇ ଏବଂ ବାଙ୍ଗାଲୋର ଭଳି ସହରରେ ରେଣ୍ଟୋମୋଜୋ (Rentomojo) ର ସେବା ବ୍ୟବହାର କରିପାରିବେ । ଆପଣ ଏହି ପ୍ଲାଟଫର୍ମରେ ମାଗଣା ଇନଷ୍ଟୋଲେଶନ ଓ ରିଲୋକେଶନ  ପାଇପାରିବେ । ଆପଣଙ୍କୁ ଏହି ପ୍ଲାଟଫର୍ମରୁ ମାସକୁ ୧,୨୧୯ରୁ ୨,୪୬୯ ଟଙ୍କା ଖର୍ଚ୍ଚ କରି ଏସି ଭଡ଼ା (AC on Rent) ମିଳିଯିବ ।

ଏହିପରି ଆଉ ଏକ ପ୍ଲାଟଫର୍ମ ହେଉଛି ସିଟି ଫର୍ନିଶ୍ (City Furnish) । ଏଠାରୁ ଆପଣ ଏସି ଓ ଅନ୍ୟାନ୍ୟ ଜିନିଷ ଭଡ଼ାରେ ନେଇପାରିବେ । ଏହା ଏସି ଭଡା (AC on Rent) ର ପ୍ରାରମ୍ଭିକ ମୂଲ୍ୟ ୧,୪୬୯ ଟଙ୍କାରେ ଉପଲବ୍ଧ ଅଛି । ଆହୁରି ମଧ୍ୟ ଉପଭୋକ୍ତାମାନେ କୁପନ୍ କୋଡ୍ ବ୍ୟବହାର କରିବା ଉପରେ ମାସିକ 10% ରିହାତି ପାଇପାରିବେ । ତଥାପି, ଭଡ଼ା ସହିତ ଆପଣଙ୍କୁ ଏକ ରିଫଣ୍ଡ ଡିପୋଜିଟ ଓ ଇନଷ୍ଟୋଲେଶନ ଫି୍ ମଧ୍ୟ ଦେବାକୁ ପଡିବ । ଜିପୋଜିଟ୍ ସର୍ଭିସ ଟର୍ମ ଶେଷ ହେବା ପରେ ରିଫଣ୍ଡ କରିଦିଆଯିବ ।

ଏହା ବି ପଢ଼ନ୍ତୁ:-ଜାଣନ୍ତୁ ଆମେରିକା କିପରି ଋଷର ବିଶାଳ ସୁନା ଭଣ୍ଡାରକୁ ମାଟିରେ ପରିଣତ କରିବାରେ ଲାଗିଛି, କେତେ ବଡ଼ ହେବ ଏହାର ପ୍ରଭାବ?

ଏହା ବି ପଢ଼ନ୍ତୁ:-ଅଜବ ଗଜବ: ଏପରି କେଉଁ ଜିନିଷ ଅଛି ଯାହା ପୁରା ମାସରେ ଥରେ ଆସେ ଓ ୨୪ ଘଣ୍ଟା ଶେଷ ହେବା ପରେ ଚାଲିଯାଏ

ଏହା ବି ପଢ଼ନ୍ତୁ:-ମିନିଟରେ ଶହ ଶହ ମଶାକୁ ନିପାତ କରିବ ୨୭୩ ଟଙ୍କାର ଏହି ଡିଭାଇସ୍, ଆପଣଙ୍କ ପରିବାରକୁ ରୋଗରୁ ରଖିବ ସୁରକ୍ଷିତ

 

ୱେବସାଇଟରୁ ପ୍ରୋଡକ୍ଟ ଭଡ଼ା ନେବା ପୂର୍ବରୁ ଆପଣ ସେମାନଙ୍କ ଟର୍ମ ଆଣ୍ଡ କଣ୍ଡିଶନ୍ ପୁଙ୍ଖାନୁପୁଙ୍ଖ ପଢ଼ିବା ଉଚିତ୍ । ସେହିପରି ୱେବସାଇଟ୍ ବ୍ୟତୀତ ଆପଣ ଅନେକ ସ୍ଥାନୀୟ ଦୋକାନରୁ ଏୟାର କଣ୍ଡିସନର ଭଡ଼ା ମଧ୍ୟ ନେଇପାରିବେ । କିନ୍ତୁ ସେମାନଙ୍କର ଅବସ୍ଥା ଯାଞ୍ଚ କରନ୍ତୁ । ଭଡ଼ା ନେଇଥିବା ଏସି ଯୋଗୁଁ ଅନେକ ଥର  ବିଲ୍ ଅଧିକ ଆସେ ।

Trending news